ପ୍ରଥମ ରାଜାବଳୀ 1 : 1 (ORV)
ଅନନ୍ତର ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ; ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ଣତା ପାଇଲେ ନାହିଁ ।
ପ୍ରଥମ ରାଜାବଳୀ 1 : 2 (ORV)
ଏଣୁ ତାଙ୍କ ଦାସମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ମହାରାଜଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ଵେଷଣ କରାଯାଉ ଓ ସେ ମହାରାଜଙ୍କ ଛାମୁରେ ଠିଆ ହୋଇ ସେବା କରୁ; ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ଣତା ପାଇବେ, ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ ।
ପ୍ରଥମ ରାଜାବଳୀ 1 : 3 (ORV)
ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ଵେଷଣ କରି ଶୁନେମୀୟା ଅବୀଶଗକୁ ପାଇ ରାଜାଙ୍କ ନିକଟକୁ ତାହାକୁ ଆଣିଲେ ।
ପ୍ରଥମ ରାଜାବଳୀ 1 : 4 (ORV)
ସେହି ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା; ମାତ୍ର ରାଜା ତାହାର ସହବାସ କଲେ ନାହିଁ ।
ପ୍ରଥମ ରାଜାବଳୀ 1 : 5 (ORV)
ଏହି ସମୟରେ ହାଗୀତର ପୁତ୍ର ଅଦୋନୀୟ ଆପଣାକୁ ବଡ଼ କରି କହିଲା, ମୁଁ ରାଜା ହେବି; ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ଵାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ ପାଞ୍ଚଶହ ଜଣ ପ୍ରସ୍ତୁତ କଲା ।
ପ୍ରଥମ ରାଜାବଳୀ 1 : 6 (ORV)
ମାତ୍ର ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରି ନ ଥିଲେ । ସେ ମଧ୍ୟ ଅତି ସୁନ୍ଦର ପୁରୁଷ ଓ ଅବଶାଲୋମ ଉତ୍ତାରେ ଜାତ ହୋଇଥିଲା ।
ପ୍ରଥମ ରାଜାବଳୀ 1 : 7 (ORV)
ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବୀୟାଥର ଯାଜକ ସହିତ ପରାମର୍ଶ କଲା; ଆଉ ସେମାନେ ଅଦୋନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ ।
ପ୍ରଥମ ରାଜାବଳୀ 1 : 8 (ORV)
ମାତ୍ର ସାଦୋକ ଯାଜକ ଓ ଯିହୋୟାଦାର ପୁତ୍ର ବନାୟ ଓ ନାଥନ ଭବିଷ୍ୟଦ୍ବକ୍ତା ଓ ଶିମୀୟି ଓ ରେୟି ଓ ଦାଉଦଙ୍କର ବୀରଗଣ ଅଦୋନୀୟର ପକ୍ଷ ନ ଥିଲେ ।
ପ୍ରଥମ ରାଜାବଳୀ 1 : 9 (ORV)
ଏଉତ୍ତାରେ ଅଦୋନୀୟ ଐନରୋଗେଲର ପାର୍ଶ୍ଵସ୍ଥ ସୋହେଲତ୍-ପ୍ରସ୍ତର ନିକଟରେ ମେଷ, ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଯିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲା ।
ପ୍ରଥମ ରାଜାବଳୀ 1 : 10 (ORV)
ମାତ୍ର ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ଶଲୋମନକୁ ସେ ନିମନ୍ତ୍ରଣ କଲା ନାହିଁ ।
ପ୍ରଥମ ରାଜାବଳୀ 1 : 11 (ORV)
ଏଥିରେ ନାଥନ ଶଲୋମନଙ୍କର ମାତା ବତ୍ଶେବାକୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତର ପୁତ୍ର ଅଦୋନୀୟ ରାଜ୍ୟ କରୁଅଛି, ଏହା କʼଣ ତୁମ୍ଭେ ଶୁଣି ନାହଁ?
ପ୍ରଥମ ରାଜାବଳୀ 1 : 12 (ORV)
ଏହେତୁ ବିନୟ କରୁଅଛି, ଏବେ ଆସ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି; ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ଶଲୋମନର ପ୍ରାଣ ରକ୍ଷା କରିବ ।
ପ୍ରଥମ ରାଜାବଳୀ 1 : 13 (ORV)
ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ହେ ମୋହର ପ୍ରଭୋ, ମହାରାଜ, ଆପଣ କି ଶପଥ କରି ଆପଣା ଦାସୀକି କହି ନାହାନ୍ତି, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ? ତେବେ ଅଦୋନୀୟ କିହେତୁ ରାଜ୍ୟ କରୁଅଛି?
ପ୍ରଥମ ରାଜାବଳୀ 1 : 14 (ORV)
ଦେଖ, ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି ।
ପ୍ରଥମ ରାଜାବଳୀ 1 : 15 (ORV)
ଏଥିରେ ବତ୍ଶେବା କୋଠରି ଭିତରେ ରାଜାଙ୍କ ନିକଟକୁ ଗଲା; ସେସମୟରେ ରାଜା ଅତି ବୃଦ୍ଧ ଥିଲେ; ଆଉ ଶୁନେମୀୟା ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା ।
ପ୍ରଥମ ରାଜାବଳୀ 1 : 16 (ORV)
ତହୁଁ ବତ୍ଶେବା ନଇଁପଡ଼ି ରାଜାଙ୍କୁ ପ୍ରଣାମ କଲା । ତହିଁରେ ରାଜା ପଚାରିଲେ, ତୁମ୍ଭେ କଅଣ ଇଚ୍ଛା କରୁଅଛ?
ପ୍ରଥମ ରାଜାବଳୀ 1 : 17 (ORV)
ଏଥିରେ ସେ ତାଙ୍କୁ କହିଲା, ହେ ମୋହର ପ୍ରଭୋ, ଆପଣ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ ।
ପ୍ରଥମ ରାଜାବଳୀ 1 : 18 (ORV)
ମାତ୍ର ଏବେ ଦେଖନ୍ତୁ, ଅଦୋନୀୟ ରାଜ୍ୟ କରୁଅଛି, ଆଉ ମୋʼ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ ।
ପ୍ରଥମ ରାଜାବଳୀ 1 : 19 (ORV)
ଆଉ ସେ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ମହାରାଜଙ୍କ ସମସ୍ତ ପୁତ୍ରଙ୍କୁ ଓ ଅବୀୟାଥର ଯାଜକକୁ ଓ ଯୋୟାବ ସେନାପତିକି ନିମନ୍ତ୍ରଣ କରିଅଛି; ମାତ୍ର ଆପଣଙ୍କ ଦାସ ଶଲୋମନକୁ ନିମନ୍ତ୍ରଣ କରି ନାହିଁ ।
ପ୍ରଥମ ରାଜାବଳୀ 1 : 20 (ORV)
ପୁଣି ହେ ମୋହର ପ୍ରଭୋ, ମହାରାଜ, ମୋହର ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି ।
ପ୍ରଥମ ରାଜାବଳୀ 1 : 21 (ORV)
ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃ-ଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ ।
ପ୍ରଥମ ରାଜାବଳୀ 1 : 22 (ORV)
ଆଉ ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ନାଥନ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହେଲେ ।
ପ୍ରଥମ ରାଜାବଳୀ 1 : 23 (ORV)
ଏଣୁ ସେମାନେ ରାଜାଙ୍କୁ କହିଲେ, ଦେଖନ୍ତୁ, ଏହି ନାଥନ ଭବିଷ୍ୟଦ୍ବକ୍ତା । ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ ।
ପ୍ରଥମ ରାଜାବଳୀ 1 : 24 (ORV)
ପୁଣି ନାଥନ କହିଲେ, ହେ ମୋହର ପ୍ରଭୋ ମହାରାଜ, ମୋʼଉତ୍ତାରେ ଅଦୋନୀୟ ରାଜ୍ୟ କରିବ ଓ ମୋʼ ସିଂହାସନରେ ବସିବ, ଏହା କଅଣ ଆପଣ କହିଅଛନ୍ତି?
ପ୍ରଥମ ରାଜାବଳୀ 1 : 25 (ORV)
କାରଣ ସେ ଆଜି ଯାଇ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବିୟାଥର ଯାଜକକୁ ନିମନ୍ତ୍ରଣ କରିଅଛି; ଆଉ ଦେଖନ୍ତୁ, ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି, ଅଦୋନିୟ ରାଜା ଚିରଜୀବୀ ହେଉନ୍ତୁ ।
ପ୍ରଥମ ରାଜାବଳୀ 1 : 26 (ORV)
ମାତ୍ର ଆପଣଙ୍କ ଦାସ ଯେ ମୁଁ, ମୋତେ ଓ ସାଦୋକ ଯାଜକକୁ ଓ ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ଶଲୋମନକୁ ସେ ନିମନ୍ତ୍ରଣ କରି ନାହିଁ ।
ପ୍ରଥମ ରାଜାବଳୀ 1 : 27 (ORV)
ଏହି କର୍ମ କି ମୋʼ ପ୍ରଭୁ ମହରାଜଙ୍କ ଦ୍ଵାରା ହେଲା, ଆଉ ମୋʼ ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଆପଣ ନିଜ ଦାସମାନଙ୍କୁ ଜଣାଇ ନାହାନ୍ତି?
ପ୍ରଥମ ରାଜାବଳୀ 1 : 28 (ORV)
ତେବେ ଦାଉଦ ରାଜା ଉତ୍ତର କରି କହିଲେ, ବତ୍ଶେବାକୁ ମୋʼ କତିକି ଡାକ । ତହୁଁ ସେ ରାଜାଙ୍କ ଛାମୁକୁ ଆସି ରାଜାଙ୍କ ଛାମୁରେ ଠିଆ ହେଲା ।
ପ୍ରଥମ ରାଜାବଳୀ 1 : 29 (ORV)
ଏଥିରେ ରାଜା ଶପଥ କରି କହିଲେ, ମୁଁ ଅବଶ୍ୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନାମରେ
ପ୍ରଥମ ରାଜାବଳୀ 1 : 30 (ORV)
ଯେପରି ତୁମ୍ଭ ନିକଟରେ ଶପଥ କରିଅଛି ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ମୋʼ ପଦରେ ମୋʼ ସିଂହାସନରେ ବସିବ, ସବୁ କ୍ଳେଶରୁ ମୋʼ ପ୍ରାଣ ମୁକ୍ତକାରୀ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଅବଶ୍ୟ ଆଜି ସେପରି କରିବି ।
ପ୍ରଥମ ରାଜାବଳୀ 1 : 31 (ORV)
ତହୁଁ ବତ୍ଶେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, ମୋʼ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହେଉନ୍ତୁ ।
ପ୍ରଥମ ରାଜାବଳୀ 1 : 32 (ORV)
ଏଥିରେ ଦାଉଦ ରାଜା କହିଲେ, ସାଦୋକ ଯାଜକକୁ ଓ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋʼ କତିକି ଡାକ । ଏଣୁ ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ ।
ପ୍ରଥମ ରାଜାବଳୀ 1 : 33 (ORV)
ତହିଁରେ ରାଜା ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ସଙ୍ଗେ ନେଇ ଓ ମୋʼ ପୁତ୍ର ଶଲୋମନକୁ ମୋʼ ନିଜ ଖଚରରେ ଆରୋହଣ କରାଇ ଗୀହୋନକୁ ଆଣ ।
ପ୍ରଥମ ରାଜାବଳୀ 1 : 34 (ORV)
ଆଉ ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ ।
ପ୍ରଥମ ରାଜାବଳୀ 1 : 35 (ORV)
ତହିଁ ଉତ୍ତାରେ ତୁମ୍ଭେମାନେ ତାହାର ପଛେ ପଛେ ଆସ ଓ ସେ ଆସି ମୋʼ ସିଂହାସନରେ ବସୁ; କାରଣ ସେ ମୋʼ ପଦରେ ରାଜା ହେବ; ଆଉ ମୁଁ ତାହାକୁ ଇସ୍ରାଏଲ ଓ ଯିହୁଦାର ଅଗ୍ରଣୀ କରି ନିଯୁକ୍ତ କଲି ।
ପ୍ରଥମ ରାଜାବଳୀ 1 : 36 (ORV)
ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, ଆମେନ୍; ମୋʼ ପ୍ରଭୁ ମହାରାଜଙ୍କୁ ସଦାପ୍ରଭୁ ପରମେଶ୍ଵର ମଧ୍ୟ ଏପରି କହନ୍ତୁ ।
ପ୍ରଥମ ରାଜାବଳୀ 1 : 37 (ORV)
ସଦାପ୍ରଭୁ ଯେପରି ମୋʼ ପ୍ରଭୁ ମହାରାଜଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେପରି ଶଲୋମନଙ୍କର ସହବର୍ତ୍ତୀ ହେଉନ୍ତୁ ଓ ସେ ମୋʼ ପ୍ରଭୁ ମହାରାଜ ଦାଉଦଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ ।
ପ୍ରଥମ ରାଜାବଳୀ 1 : 38 (ORV)
ଏଥିରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ଓ ଯିହୋୟାଦାର ପୁତ୍ର ବନାୟ ଓ କରେଥୀୟ ଓ ପଲେଥୀୟ ଲୋକମାନେ ଯାଇ ଶଲୋମନଙ୍କୁ ଦାଉଦ ରାଜାଙ୍କର ଖଚର ଉପରେ ଆରୋହଣ କରାଇ ଗୀହୋନକୁ ଆଣିଲେ ।
ପ୍ରଥମ ରାଜାବଳୀ 1 : 39 (ORV)
ପୁଣି ସାଦୋକ ଯାଜକ ତମ୍ଵୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲା । ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ ।
ପ୍ରଥମ ରାଜାବଳୀ 1 : 40 (ORV)
ଆଉ ସମସ୍ତ ଲୋକ ତାହା ପଛେ ପଛେ ଉଠି ଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ, ସେମାନଙ୍କ ଶଦ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା ।
ପ୍ରଥମ ରାଜାବଳୀ 1 : 41 (ORV)
ପୁଣି ଅଦୋନୀୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ । ଆଉ ଯୋୟାବ ତୂରୀ ଶଦ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶଦ୍ଦ କାହିଁକି ହେଉଅଛି?
ପ୍ରଥମ ରାଜାବଳୀ 1 : 42 (ORV)
ସେ ଏପରି କହୁଥିବା ସମୟରେ, ଦେଖ, ଅବୀୟାଥର ଯାଜକର ପୁତ୍ର ଯୋନାଥନ ଉପସ୍ଥିତ ହେଲା; ତହିଁରେ ଅଦୋନୀୟ କହିଲା, ଭିତରକୁ ଆସ; କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ ।
ପ୍ରଥମ ରାଜାବଳୀ 1 : 43 (ORV)
ତହିଁରେ ଯୋନାଥନ ଅଦୋନୀୟକୁ ଉତ୍ତର କରି କହିଲା, ସତ୍ୟ, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ଶଲୋମନଙ୍କୁ ରାଜା କରିଅଛନ୍ତି;
ପ୍ରଥମ ରାଜାବଳୀ 1 : 44 (ORV)
ପୁଣି ରାଜା ସାଦୋକ ଯାଜକକୁ ଓ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ, ପୁଣି କରେଥୀୟ ଓ ପଲେଥୀୟମାନଙ୍କୁ ତାଙ୍କ ସଙ୍ଗେ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ;
ପ୍ରଥମ ରାଜାବଳୀ 1 : 45 (ORV)
ଆଉ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ତାଙ୍କୁ ଗୀହୋନରେ ରାଜାଭିଷିକ୍ତ କଲେ ଓ ସେମାନେ ସେଠାରୁ ଏପରି ଆନନ୍ଦ କରି କରି ଆସିଲେ ଯେ, ତହିଁର ଶଦ୍ଦରେ ନଗର ପରିପୂର୍ଣ୍ଣ ହେଲା । ତୁମ୍ଭେମାନେ ଯାହା ଶୁଣିଲ, ତାହା ସେହି ଶଦ୍ଦ ।
ପ୍ରଥମ ରାଜାବଳୀ 1 : 46 (ORV)
ଶଲୋମନ ମଧ୍ୟ ରାଜ୍ୟର ସିଂହାସନରେ ବସୁଅଛନ୍ତି ।
ପ୍ରଥମ ରାଜାବଳୀ 1 : 47 (ORV)
ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ଆପଣଙ୍କ ପରମେଶ୍ଵର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ; ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ ।
ପ୍ରଥମ ରାଜାବଳୀ 1 : 48 (ORV)
ଆଉ ମଧ୍ୟ ରାଜା ଏପରି କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଧନ୍ୟ, ସେ ଆଜି ମୋʼ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା ।
ପ୍ରଥମ ରାଜାବଳୀ 1 : 49 (ORV)
ଏଥିରେ ଅଦୋନୀୟର ନିମନ୍ତ୍ରିତ ଲୋକ ସମସ୍ତେ ଭୀତ ହେଲେ, ପୁଣି ଉଠି ପ୍ରତ୍ୟେକେ ଆପଣା ଆପଣା ବାଟରେ ଚାଲିଗଲେ ।
ପ୍ରଥମ ରାଜାବଳୀ 1 : 50 (ORV)
ଆଉ ଅଦୋନୀୟ ଶଲୋମନଙ୍କ ସକାଶୁ ଭୀତ ହେଲା ଓ ସେ ଉଠିଯାଇ ଯଜ୍ଞବେଦିର ଶୃଙ୍ଗ ଅବଲମ୍ଵନ କଲା ।
ପ୍ରଥମ ରାଜାବଳୀ 1 : 51 (ORV)
ଏଉତ୍ତାରେ କେହି ଶଲୋମନଙ୍କୁ ଜଣାଇ କହିଲା, ଦେଖନ୍ତୁ, ଶଲୋମନ ରାଜାଙ୍କୁ ଅଦୋନୀୟ ଭୟ କରୁଅଛି; କାରଣ ସେ ଯଜ୍ଞବେଦିର ଶୃଙ୍ଗ ଅବଲମ୍ଵନ କରି କହୁଅଛି, ଶଲୋମନ ରାଜା ଯେ ଆପଣା ଦାସକୁ ଖଡ଼୍‍ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋʼ ନିକଟରେ ଶପଥ କରନ୍ତୁ ।
ପ୍ରଥମ ରାଜାବଳୀ 1 : 52 (ORV)
ତହିଁରେ ଶଲୋମନ କହିଲେ, ଯେବେ ସେ ଆପଣାକୁ ଯୋଗ୍ୟ ଲୋକ ଦେଖାଇବ, ତେବେ ତାହାର ଏକ କେଶ ହିଁ ଭୂମିରେ ପଡ଼ିବ ନାହିଁ; ମାତ୍ର ତାହାଠାରେ ଦୁଷ୍ଟତା ଦେଖାଗଲେ, ସେ ମରିବ ।
ପ୍ରଥମ ରାଜାବଳୀ 1 : 53 (ORV)
ତହୁଁ ଶଲୋମନ ରାଜା ଲୋକ ପଠାନ୍ତେ, ସେମାନେ ତାହାକୁ ଯଜ୍ଞବେଦିରୁ ଓହ୍ଲାଇ ଆଣିଲେ । ତହିଁରେ ସେ ଆସି ଶଲୋମନ ରାଜାଙ୍କୁ ପ୍ରଣାମ କଲା, ପୁଣି ଶଲୋମନ ତାହାକୁ କହିଲେ, ଆପଣା ଘରକୁ ଯାଅ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53

BG:

Opacity:

Color:


Size:


Font: